JAI MAA MAULI • MIKU CHIKU MELODY
ନିୟମ ଓ ସର୍ତ୍ତାବଳୀ
ବୁକିଂ କରିବା ପୂର୍ବରୁ ଦୟାକରି ସମସ୍ତ ନିୟମ ଧ୍ୟାନପୂର୍ବକ ପଢ଼ନ୍ତୁ।
ଜୟ ମା' ମାଉଳୀ
ମିକୁ ଚିକୁ ମେଲୋଡି – ବ୍ୟାଣ୍ଡ ପାର୍ଟି
ନିୟମ ଓ ସର୍ତ୍ତାବଳୀ (Terms & Conditions)
- ଯାତାୟାତ ବ୍ୟବସ୍ଥା: ବ୍ୟାଣ୍ଡ ପାର୍ଟିର ଯାତାୟାତ ପାଇଁ ପରିବହନ ଖର୍ଚ୍ଚ ଗ୍ରାହକ ନିଜେ ବହନ କରିବେ।
- ଅଗ୍ରୀମ ଟଙ୍କା: ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଅନ୍ୟ କୌଣସି କାରଣରୁ ବୁକିଂ ବାତିଲ୍ ହେଲେ ଅଗ୍ରୀମ ଟଙ୍କା (Advance Money) ଫେରସ୍ତ କରାଯିବ ନାହିଁ।
- ଦୂରତା ଅନୁଯାୟୀ ଖର୍ଚ୍ଚ: ୧୦୦ କି.ମି. ପର୍ଯ୍ୟନ୍ତ ଯାତାୟାତ ପାଇଁ ₹5000/- ଏବଂ ୧୦୦ କି.ମି.ରୁ ଅଧିକ ଦୂରତା ପାଇଁ ₹1000/- ଅତିରିକ୍ତ ଦେୟ ଦେବାକୁ ପଡ଼ିବ।
- ବାଦ୍ୟଯନ୍ତ୍ର ଓ ବାଦକଙ୍କ ସୁରକ୍ଷା: ପ୍ରୋଗ୍ରାମ କିମ୍ବା ବାହାଘର ବାଦ୍ୟ ତଥା ବାଦକଙ୍କୁ ଅପବ୍ୟବହାର କଲେ ଗ୍ରାହକ ସେଥିପାଇଁ ଦାୟୀ ହେବେ।
- ଜେନେରେଟର ଇନ୍ଧନ: ଜେନେରେଟର ପାଇଁ ଡିଜେଲ୍, ପେଟ୍ରୋଲ୍ କିମ୍ବା କିରୋସିନ୍ (୧୦ ଲିଟର) ଗ୍ରାହକ ଦେବେ।
- ବଳକା ଟଙ୍କା ପ୍ରଦାନ: ବଳକା ଟଙ୍କା ପ୍ରୋଗ୍ରାମ ଆରମ୍ଭ ହେବା ପୂର୍ବରୁ ଗ୍ରାହକ ଦେବାକୁ ପଡ଼ିବ।
- ତାରିଖ ପରିବର୍ତ୍ତନ ଓ ବାତିଲ୍: ବୁକିଂ ହୋଇଥିବା ତାରିଖ ପରିବର୍ତ୍ତନ କିମ୍ବା କାର୍ଯ୍ୟକ୍ରମ ବାତିଲ୍ କଲେ ଅଗ୍ରୀମ ଟଙ୍କା ଫେରସ୍ତ କରାଯିବ ନାହିଁ।
- କାର୍ଯ୍ୟକ୍ରମର ଅବଧି: ବ୍ୟାଣ୍ଡ ପାର୍ଟିର କାର୍ଯ୍ୟକ୍ରମ ସର୍ବାଧିକ ୩ ରୁ ୪ ଘଣ୍ଟା ପର୍ଯ୍ୟନ୍ତ ରହିବ।
- ଜଳଖିଆ ଓ ପାନୀୟ ଜଳ: କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ କଳାକାରମାନଙ୍କ ପାଇଁ ପାନୀୟ ଜଳ ଓ ହାଲୁକା ଜଳଖିଆର ବ୍ୟବସ୍ଥା ଗ୍ରାହକ କରିବେ।
- ବିଶ୍ରାମ ଗୃହ: ବ୍ୟାଣ୍ଡ ପାର୍ଟି ଦଳ ପହଞ୍ଚିବା ପରେ ତାଙ୍କ ପାଇଁ ନିହାତି ଭାବରେ ବିଶ୍ରାମ ଗୃହର ବ୍ୟବସ୍ଥା କରିବେ।
- ଶାନ୍ତି ଓ ଶୃଙ୍ଖଳା ରକ୍ଷା: କାର୍ଯ୍ୟକ୍ରମ ସମୟରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ଗ୍ରାହକ ୦୨ ଜଣ ସ୍ୱେଚ୍ଛାସେବୀଙ୍କ ବ୍ୟବସ୍ଥା କରିବେ।
- ପୋଲିସ୍ ଅନୁମତି ପତ୍ର: କାର୍ଯ୍ୟକ୍ରମ ଆୟୋଜନ ପାଇଁ ଗ୍ରାହକ/ଆୟୋଜକ ସ୍ଥାନୀୟ ଥାନାରୁ ଲିଖିତ ଅନୁମତି ପତ୍ର (Permission Letter) ଆଣିବା ବାଧ୍ୟତାମୂଳକ।
